ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ- DIPAM ସଚିବ ଅଛନ୍ତି ତୁହିନକାନ୍ତ। ସେ କେନ୍ଦ୍ର ଅର୍ଥ ସଚିବ ଭାବେ ଟିଭି ସୋମନାଥନଙ୍କ ସ୍ଥାନ ନେବେ। ୧୯୮୭ ବ୍ୟାଚ୍ ର ଓଡ଼ିଶା କ୍ୟାଡର୍ IAS ଅଫିସର୍ ତୁହିନକାନ୍ତ ପାଣ୍ଡେ ।
କେନ୍ଦ୍ରୀୟ ଡେପୁଟେସନ୍ ପୂର୍ବରୁ ଥିଲେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ତା ପୂର୍ବରୁ ସେ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନ- OSFCର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ-OSICର ଏମ୍ଡି, ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଥିଲେ। ପ୍ଲାନିଂ କମିଶନ ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ତୁହିନକାନ୍ତ ।

