କଟକ ରାଜନୀତିରେ ଆଜି ନୂଆ ଚର୍ଚ୍ଚା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନେଇ ରାଜନୈତିକ ମହଲରେ ବଢ଼ିଛି ଉତ୍ସୁକତା । ସକାଳୁ ସକାଳୁ ତାଙ୍କ କଟକ ସ୍ଥିତ ବାସଭବନରେ ସମର୍ଥକଙ୍କ ଭିଡ଼ ଜମିଛି ।
ସୂଚନା ଅନୁସାରେ, ପ୍ରଭାତ ବିଶ୍ୱାଳ ଆଜି ଏକ ବିଶାଳ ରାଲିରେ ଯୋଗଦେଇ ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କ ସହ ବହୁ ସମର୍ଥକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି ।
ପ୍ରଭାତ ବିଶ୍ୱାଳଙ୍କ ରାଜନୈତିକ ଗତିବିଧିକୁ ନେଇ କଟକ ସମେତ ରାଜ୍ୟ ରାଜନୀତିରେ ଆଲୋଚନା ତୀବ୍ର ହୋଇଛି । ତେବେ ଆନୁଷ୍ଠାନିକ ଘୋଷଣା ପରେ ହିଁ ସ୍ପଷ୍ଟ ହେବ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ । ଏହି ଯୋଗଦାନ କଟକ ରାଜନୀତିର ସମୀକରଣରେ କେତେ ପ୍ରଭାବ ପକାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି

