ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ

ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହୋଇ, କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର ରଖିଥିଲେ ।

ଲିଖିତ ଉତ୍ତରରେ କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ ବୋଲି ମନ୍ତ୍ରୀ ରବି ନାୟକ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ଧାରା ୧୧୫ ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହାସହ ଉକ୍ତ ସରପଞ୍ଚଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବାର ବ୍ୟବସ୍ଥା ରହିଛି ।

ଏହି ଆଧାରରେ ଗତ ୫ ବର୍ଷରେ ୮୧ ଜଣ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!