ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାର

ବିଜେଡି ନେତାଙ୍କୁ ଲାଗିଛି ସାଂଘାତିକ ଝଟକା। ପଡ଼ିଛି ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍‌ । ମାତ୍ରାଧିକ ଖଣି ଉତ୍ତୋଳନ ତଥା ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ନିଆଯାଇଛି ଏପରି କଡ଼ା ଆକ୍ସନ । ଏହି ବିଜେଡି ନେତାଜଣକ ହେଉଛନ୍ତି ବେଣୁଧର ପ୍ରଧାନ ।

ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ଖଣିକୁ ବନ୍ଦ କରାଯିବା ସହ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରିଛି ଖଣି ବିଭାଗ। ।

ବିଜେଡ଼ି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଲିଜଧାରୀ ବେଣୁଧର ପ୍ରଧାନ ନୟାଗଡ଼ କାସିଆ ପାହାଡ଼କୁ ଲିଜ୍‌ ସୂତ୍ରରେ ନେଇଥିଲେ। ଏହାପରେ ସେ କାସିଆ ପାହାଡ଼ରେ ଅନୁମତିଠାରୁ ମାତ୍ରାଧିକ ଖଣି ଉତ୍ତୋଳନ କରିଥିଲେ। ଏଥିସହ ଜଙ୍ଗଲ ଜମିରେ ବେଆଇନ ଖନନ ମଧ୍ୟ କରି ଚାଲିଥିଲେ।

ବର୍ଷ ବର୍ଷ ଧରି ଏନେଇ ବେଣୁଧରଙ୍କ ନାମରେ ବାରମ୍ବାର ଅଭିଯୋଗ ପରେ ବି ବିଜେଡି କ୍ଷମତାରେ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଥିଯୋଗୁ ପାହାଡ଼ଟି ଲଣ୍ଡା ହେବାକୁ ବସିଥିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତଥା ପରିବେଶ ସନ୍ତୁଳନ ବି ବିଗିଡ଼ି ଯିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!