ତିନି ଅର୍ଥନୀତିଜ୍ଞ ପାଇବେ ସମ୍ମାନ
ଅର୍ଥନୀତି କ୍ଷେତ୍ରରେ ଯୋଗଦାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ୨୦୨୪ ବର୍ଷ ଲାଗି ତିନି ବିଖ୍ୟାତ ଅର୍ଥନୀତିଜ୍ଞ ଡାରେନ୍ ଏସମୋଗ୍ଲୁ, ସାଇମନ ଜନ୍ସନ୍ ଏବଂ ଜେମ୍ସ ଏ.ରବିନସନ ଏହି ସମ୍ମାନ ପାଇବେ । ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନସେସ୍ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ସଂସ୍ଥା କିପରି ପ୍ରତିଷ୍ଠା ହୁଏ ଏବଂ ଦେଶରେ ସମୃଦ୍ଧିରେ କିପରି ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହା ଉପରେ ଗଭୀର ଅଧ୍ୟୟନ ପାଇଁ ଏହି ତିନି ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପ୍ରଦାନ କରାଯିବ ।

