ଶୁଙ୍କି ଘାଟି ବଢ଼ାଉଛି ଶଙ୍କା

କାଳ ସାଜୁଛି ଅଙ୍କାବଙ୍କା ଘାଟି ରାସ୍ତା ଓ ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପଟେ ଗଞ୍ଜାମ ଜିଲ୍ଲାରେ ମରଣଯନ୍ତା ପାଲଟିଛି ଆସିକା-ସୋରଡ଼ା ୫୯ ନମ୍ବର ଜାତୀୟ ରାଜପଥ ଏବଂ ବ୍ରହ୍ମପୁର-ଭଞ୍ଜନଗର ରାଜ୍ୟ ରାଜପଥ ।

କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ଅଙ୍କାବଙ୍କା ରାସ୍ତା। ବିଶାଖାପାଟଣାରୁ ଓଡ଼ିଶା ଦେଇ ଛତିଶଗଡ଼କୁ ଲମ୍ବିଥିବା ୨୬ ନମ୍ବର ଜାତୀୟ ରାଜପଥର ପାହାଡ଼ିଆ ରାସ୍ତାରେ ବାରମ୍ବାର ଓଲଟୁଛି ଗ୍ୟାସ୍ ଟ୍ୟାଙ୍କର। ଗତ ଡିସେମ୍ବରରୁ ଏପର୍ଯ୍ୟନ୍ତ ୮ରୁ ଅଧିକ ଗ୍ୟାସ ଟ୍ୟାଙ୍କର ଓଲଟିଥିବା ବେଳେ, ୩ ଜଣଙ୍କ ଜୀବନ ଗଲାଣି। ପଟ୍ଟାଙ୍ଗି ନିକଟସ୍ଥ ରାଜୁଗୁଡ଼ା, ସୁଙ୍କି, ଯୋଡ଼ିମାଦିଲି, ରାଲେଗଡ଼ା ଓ ଜୟପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଛି ଟ୍ୟାଙ୍କର।

 

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!