ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ 

ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିଦେଶ ଗସ୍ତ ସମ୍ପର୍କିତ ତଥ୍ୟ ଦେଲେ ସୂଚନାଦାତାଙ୍କୁ ୧ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାଛଡ଼ା ସେ ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି।

ନିକଟରେ ଜାରି ଏକ ଭିଡିଓ ବାର୍ତ୍ତାରେ ପନ୍ନୁ କହିଛନ୍ତି, ଅମିତ୍‌ ଶାହା ଅର୍ଦ୍ଧସାମରିକ ବଳ(ସିଆର୍‌ପିଏଫ୍‌)ର ମୁଖ୍ୟ। ସିଆର୍‌ପିଏଫ୍‌ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଲାଗି ଦାୟୀ। ତାଙ୍କ ହତ୍ୟା ପାଇଁ ସେ ଭଡ଼ାରେ ଲୋକଙ୍କୁ ନିୟୋଜିତ କରିଥିବା ଏବଂ ନ୍ୟୁୟର୍କରେ ତାଙ୍କ ହତ୍ୟାର ଷଡଯନ୍ତ୍ର କରିଥିବା ପନ୍ନୁ କହିଛନ୍ତି।

ଶନିବାର ନାଗପୁର, ଦିଲ୍ଲୀ, ସୋନିପତ୍‌, ପିଞ୍ଜୋର ଏବଂ ଜଳନ୍ଧରରେ ଥିବା ସମସ୍ତ ସିଆର୍‌ପିଏଫ୍‌ ସ୍କୁଲ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!