ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍

ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କୁ ମୋବାଇଲରେ କଲ କରି ଧମକ। ତାଙ୍କୁ ଧମକ ଦେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମେୟର ସଂଘମିତ୍ରା ଦଳେଇ ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜୁ ହୋଇଛି।

ଗତ ୨୯ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ୫୦ମିନିଟ ସମୟରେ ମେୟର ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ୯୦୭୮୦୯୦୨୫୨ ନମ୍ବରରୁ ତାଙ୍କ ଫୋନକୁ ଏକ କଲ ଆସିଥିଲା । ଉକ୍ତ କଲଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଲଳିତ ମୋହନ ଦାସଙ୍କର ବୋଲି ଜଣାପଡ଼ିଥିଲା । ଦୀର୍ଘବର୍ଷ ଧରି ସେ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। କିଛି ଦିନ ପୂର୍ବେ ତାଙ୍କୁ ମହାନଗର ନିଗମ କାଉନସିଲ ବୈଠକରେ ସେ ଯେଉଁ ଯୋଜନାରେ ନିୟୋଜିତ ହୋଇଥିଲେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ଵ ରୁ ମୁକ୍ତ କରାଯିବା ସହ ରିଲିଭ କରି ଦିଆଯାଇଥିଲା। ତେବେ ହଠାତ ମେୟରଙ୍କ ପ୍ରତି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି । ଥରେ ଫୋନ କଲ କାଟିବା ପରେ ପୁଣି ଥରେ କଲ କରି ମେୟରଙ୍କୁ ଗାଳିଗୁଲଜ କରିବା ସହିତ ଧମକ ମକ ଦେଇଥିବା ଟାଉନ ଥାନାରେ ମେୟର ଦଳେଇ ଦେଇଥିବା ଏତଲାରେ ସ୍ପଷ୍ଟ କରିଛନ୍ତି ।

Post Views56 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!