ପ୍ରାଥମିକ ରିପୋର୍ଟ ଅନୁସାରେ ଆଗୁଆ ଅଛନ୍ତି ଡୋନାଲଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଗଣତିର ପ୍ରାଥମିକ ରିପୋର୍ଟ ଅନୁସାରେ ଆଗୁଆ ଅଛନ୍ତି ଡୋନାଲଡ ଟ୍ରମ୍ପ। ସେ ୯ ରାଜ୍ୟରେ ଜିତିଛନ୍ତି। ତାଙ୍କୁ ମିଳିଲାଣି ୯୫ଟି ଇଲେକଟୋରାଲ କଲେଜ। ସେପଟେ କମଳା ହାରିସ ୫ ରାଜ୍ୟ ହାତେଇଛନ୍ତି। ତାଙ୍କୁ ମିଳିଛି ୨୭ଟି ଇଲେକଟୋରାଲ କଲେଜ। ।

ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଚଳିତ ନିର୍ବାଚନରେ କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ଆଗରେ ଅଛନ୍ତି ଟ୍ରମ୍ପ। ପୁରା ଅନ୍ତର୍ଜାତୀୟ ସମୁଦାୟ ଆମେରିକାର ଏହି ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର ରଖିଛି। କିଛି ସ୍ଥାନରେ ଏବେ ବି ଭୋଟିଂ ଚାଲିଛି।

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!