ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ୬ଟି ଠିକଣା ଉପରେ ଚଢ଼ାଉ। ଭୁବନେଶ୍ବର ସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଚାଲିଛି ରେଡ୍ । ଅନେକ ସୁନା ଅଳଙ୍କାର ସମେତ ସମ୍ପତ୍ତି ଠାବ ।
ରାଜଧାନୀର ଆର୍ଯ୍ୟ ବିହାରର ୫୦୪ ନମ୍ବର ପ୍ଲଟ୍ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ, ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ଜଙ୍କିଆରେ ଥିବା କ୍ରସର୍ ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି।୮ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲେନ୍ସ ଦ୍ୱାରା ଏକକାଳୀନ ଏହି ଚଢ଼ଉ କରାଯାଉଛି।
ସୂଚନା ଅନୁଯାୟୀ, ରାଜଧାନୀର ଆର୍ଯ୍ୟ ବିହାରର ୫୦୪ ନମ୍ବର ପ୍ଲଟ୍ ରେ ନିର୍ମିତ ବିଜୟ କୁମାର ଉଦୟସିଂହଙ୍କ ଆବସିକ ଭବନ, ପୁରୀ ଜିଲ୍ଲା ବାଲୁଖଣ୍ଡରେ ଥିବା ଫ୍ଲାଟ୍, ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ଜଙ୍କିଆରେ ଥିବା କ୍ରସର୍ ଏବଂ ସାମନ୍ତରାପୁରରେ ଥିବା ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଛି। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

