ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍‌ ହାଉସ୍‌ ଲଢ଼େଇ। ୟୁଏସ୍‌ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି।

ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍‌ ମିଳିଛି। ୪ ବର୍ଷ ପରେ ପୁଣି ଥରେ ଟ୍ରମ୍ପଙ୍କ ସ୍ୱପ୍ନ ସାକାର ହୋଇଛି। ସେ ପୁଣି ଥରେ ଦଖଲ କରିଛନ୍ତି ହ୍ୱାଇଟ୍‌ ହାଉସ। ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି।

‘ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ। ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ। ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା ବୋଲି ଟ୍ରମ୍ପ ନିଜ ଭୋଟର୍‌ଙ୍କୁ କହିଛନ୍ତି। ଏଥିସହ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ବି ଧନ୍ୟବାଦ ଦେଇଛନ୍ତି।

ଟ୍ରମ୍ପ ଆହୁରି କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!