ବଡ଼ ଦେଉଳରେ ବଙ୍ଗୀୟ ଭକ୍ତଙ୍କ ଉତ୍ପାତ

୫ ଜଣ ବଙ୍ଗୀୟ ଭକ୍ତଙ୍କ ଟଣା ଓଟରା ଓ ଆକ୍ରମଣରେ ଶ୍ରୀମନ୍ଦିର ଜେଟିପି ଆହତ । ଏ ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ କିଛି ବଙ୍ଗୀୟ ଭକ୍ତଙ୍କୁ ଅଟକ ରଖି ପଚାରଉଚରା କରୁଛି ପୋଲିସ ।

ଆଜି ସକାଳେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ଦାଇତ୍ୱରେ ଥିଲେ ଜେଟିପି ଗୁପ୍ତେଶ୍ୱର ରାଉତରାୟ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଘଣ୍ଟି ଦ୍ୱାର ନିକଟରେ ଡ୍ୟୁଟିରେ ଥିବା ଗୁପ୍ତେଶ୍ୱର ଏପରି କରିବାକୁ ବାରଣ କରିଥିଲେ । ଯାହାକୁ ନେଇ ବଙ୍ଗୀୟ ଭକ୍ତମାନେ ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!