ଆଉ ନାହାଁନ୍ତି ଜରି ମାଉସୀ କମଳା

କେନ୍ଦ୍ରାପଡ଼ାର ଜରି ମାଉସୀ କମଳା ମହାରଣାଙ୍କର କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ କମଳାଙ୍କୁ ୬୬ବର୍ଷ ବୟସ ହୋଇଥିଲା । ଏପ୍ରିଲ ୨୮ତାରିଖରେ ଅସାବଧାନତା ହେତୁ ଘରେ ପଡ଼ିଯିବା ପରେ କମଳାଙ୍କ ବାମ ଜଙ୍ଘ ଭାଙ୍ଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ଲୋକେ କଟକ ନେଇଯାଇଥିଲେ । ଶନିବାର ଦିନ କମଳାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା ।

ତେବେ ଆଜି ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବହୃତ ପଲିଥିନିରୁ ଘରକରଣା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଥିଲେ କମଳା ମହାରଣା । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କମଳାଙ୍କୁ ମନକୀ ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଥିଲେ । କେବଳ ସେତିକି ନୁହଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଆସିଥିବା ବେଳେ କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । କମଳା ଗହ୍ମାପୂର୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜରି ତିଆରି ରାଖୀ ପଠାଇଥିଲେ । ନିକଟରେ ଅପରେସନ ସିନ୍ଦୁରର ସଫଳତା ପରେ କମଳା ତିନି ସେନାର ମୁଖ୍ୟଙ୍କ ପାଇଁ ଜରି ତିଆରି ଟୋପି ପଠାଇ ଚର୍ଚ୍ଚାକୁ ଆସିଥିଲେ । ତେବେ କମଳାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Post Views31 Total Count

Apply Now


This will close in 0 seconds

error: Content is protected !!