ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପୂର୍ବତନ ବିଜେଡି ସଭାପତି

ଢେଙ୍କାନାଳ ସଦର ବ୍ଲକ ବିଜେଡ଼ି ସଭାପତି ବିଭୁ ପ୍ରସାଦ ଦେହୁରୀ ଓରଫ ପିଣ୍ଟୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ବିଭୁ ପ୍ରସାଦ ଦେହୁରୀଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ବିଜେଡ଼ି ଉପସଭାପତି ପ୍ରତାପ ଜେନା ପ୍ରେସ ରିଲିଜ୍‌ରେ ଜଣାଇଛନ୍ତି। ନିଲମ୍ବିତ ହୋଇଥିବା ବିଜେଡ଼ିର ପୂର୍ବତନ ଢେଙ୍କାନାଳ ସଦର ବ୍ଲକ ସଭାପତି ବିଭୁ ପ୍ରସାଦ ଦେହୁରୀ ନିଜର ଶତାଧିକ ସମର୍ଥକ ସହ ଏବେ ବେଜେପିରେ ସାମିଲ ହେବେ। ଏନେଇ ସେ ତାଙ୍କ ସମର୍ଥନଙ୍କ ଗହଣରେ ଶୋଭାଯାତ୍ରାରେ ଆସି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ବିଭୁ ପ୍ରସାଦ ଦେହୁରୀ ବିଜେଡ଼ିରେ ଦୀର୍ଘ ଦିନ ଧରି ସକ୍ରିୟ ଥିଲେ। ତାଙ୍କ ପତ୍ନୀ ଝରସ୍ମିତା ଦେହୁରୀ ବିଜେଡ଼ି ଟିକେଟରେ କାଇମାଟି ଜୋନରୁ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ବିଭୁଙ୍କ ସମେତ ଅନ୍ୟ ବିଜେଡ଼ି ନେତା ଓ କର୍ମୀ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଜଣାଯାଇଛି।

Post Views94 Total Count

Apply Now


This will close in 0 seconds

error: Content is protected !!