ମଧ୍ୟବିତ୍ତଙ୍କ ଉପରୁ କମିଲା ଟିକସ ବୋଝ

ଭାରତରେ ଚାଲିଛି ବିଜେପି ସରକାର। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ମଧ୍ୟବିତ୍ତଙ୍କୁ ମିଳିଛି ଆଶ୍ୱସ୍ତି। ବିଜେପି ସରକାରର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ କରୁଥିବା ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମଧ୍ୟବିତ୍ତ ପରିବାର ଉପରୁ କମିଲା ଟିକସ ବୋଝ । ବାର୍ଷିକ ଆୟ ୨୦ଲକ୍ଷରୁ କମ୍ ଥିବା ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ହ୍ରାସ ପାଇଛି। ଏଥିସହ ୫୦ ଲକ୍ଷରୁ ଅଧିକ ଆୟ ଥିବା ଲୋକଙ୍କ ଟିକସରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆୟକର ବିଭାଗ ( ITR) ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଏନେଇ ସୂଚନା ଦିଆଯାଇଛି ।

ଆୟକର ବିଭାଗ (ITR) ଦାଖଲ ତଥ୍ୟ ଅନୁଯାୟୀ, ୨୦୧୩-୧୪ ମସିହାରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୮୫ ଲକ୍ଷ ଥିବା ବେଳେ ବର୍ତ୍ତମାନ ଅର୍ଥାତ ୨୦୨୩-୨୪ ମସିହାରେ ଏହା ୯.୩୯ ଲକ୍ଷରୁ ଅଧିକରେ ପହଞ୍ଚିଛି। ଯାହାକି ପ୍ରାୟ ୫ଗୁଣ ଅଧିକ । ଅର୍ଥାତ ୧୦ବର୍ଷରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ଗୁଣ ବୃଦ୍ଧି ପାଇଛି। ଆହୁରି ମଧ୍ୟ, ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ଆୟକର ୨୦୧୪ରେ ୨.୫୨ ଲକ୍ଷ କୋଟିରୁ ବୃଦ୍ଧି ପାଇ ୨୦୨୪ରେ ୯.୬୨ ଲକ୍ଷ କୋଟିରେ ପହଞ୍ଚିଛି। ଯେଉଁଥିରେ ପ୍ରାୟ ୩.୨ ଗୁଣ ବୃଦ୍ଧି ପାଇଛି।

 

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!