ବରିଷ୍ଠ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ ହୋଇଛନ୍ତି । ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଗତ ଫେବୃଆରୀ ୧୫ ତାରିଖ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି ।
ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ କର୍ତ୍ତବ୍ୟ ସଂପାଦନରେ ବାଧା ଅଭିଯୋଗରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ । ଉକ୍ତ ମାମଲାରେ ହାଇକୋର୍ଟ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ କରି ଦେଇଛନ୍ତି ।
ସେହିପରି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ନିମ୍ନ ଅଦାଲତରେ ଜୟନାରାୟଣ ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ନିବେଦନ କଲେ ଏହା ଉପରେ ଆଇନ୍ ଅନୁସାରେ ତ୍ୱରିତ ବିଚାର କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

