ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ? ଜଣେ ବରିଷ୍ଠ ନେତା ହୋଇବି ଦଳ କରିଛି କୋଣଠେସା ! ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଶୋକ ସଭାରେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ଜୟନାରାୟଣ ସର୍ବସମ୍ମୁଖରେ ସାଂଘାତିକ ବୟାନ ରଖି କହିଛନ୍ତି, ସମୀର ଦେଙ୍କୁ ଦଳ ଉଚିତ୍ ସମ୍ମାନ ଦେଇନି ।
ତା’ ସହ ଜୟନାରାୟଣ କହିଛନ୍ତି ମୁଁ ଗୋଟେ ତଡ଼ାଖିଆ ଲୋକ । ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ । ଆଉ ଏବେ ବିଜେପିରୁ ସାଇଡ୍ ଲାଇନ ହୋଇ ରହିଛି । ଜୟନାରାୟଣଙ୍କ ଏହି ଦୁଇ ପଦ ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ରାଜ୍ୟ ସଭାପତି ଖୋଦ୍ ଏହି ପ୍ରସଙ୍ଗରେ ମତ ରଖିଛନ୍ତି । ମନମୋହନ ଏହି ଘଟଣାକୁ ଏଡାଇ ଯାଇଥିବାବେଳେ, ଏହା ଭୁଲ ବୋଲି କହିଛନ୍ତି ।
ତେବେ ଜୟନାରାୟଣଙ୍କ ଏ ବିସ୍ଫୋରକ ପରେ ଆଗକୁ ବିଜେପି ତାଙ୍କୁ ନେଇ କି ପଦକ୍ଷେପ ନେଉଛି ତା’ ଦେଖିବାକୁ ବାକି ରହିଲା । ବିଜେପି ଜୟନାରାୟଣଙ୍କୁ କୌଣସି ପଦ ଦେଇ ସନ୍ତୁଷ୍ଟ କରୁଛି ନା ଜୟନାରାୟଣଙ୍କୁ ଆହୁରି ଦଳ କୋଣଠେସା କରୁଛି ତା’ ଦେଖିବାକୁ ବାକି ରହିଲା ।

