ଫେବୃଆରୀ ୧୮ରୁ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା

କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍‌ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍‌ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ସୋମବାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ।

ସେହିପରି ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ୨,୫୩,୩୮୪ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନାମ ପଞ୍ଜୀକୃତ କରିଛନ୍ତି।

ଭାରତ ତଥା ଦେଶ ବାହାରେ ୨,୮୦୩ ସ୍କୁଲରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଲକ୍ଷେରୁ ଊର୍ଦ୍ଧ୍ୱ ପିଲା ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବେ। ମୋଟ ୧,୪୬୧ ସ୍କୁଲ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!