ଅବସର ନେଉ ନାହାଁନ୍ତି ବିକ୍ରାନ୍ତ ମେସି,କହିଲେ ପୋଷ୍ଟକୁ ଭୁଲ ଅର୍ଥରେ ନିଆଯାଇଛି

ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ର ମୁଖ୍ୟ ଭୂମିକାରେ ଅଭିନୟ କରି ପୁଣି ଥରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଫିଲ୍ମ ତଥା ବିକ୍ରାନ୍ତଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ। ୨୦୦୨ ଗୋଧ୍ରା ଷ୍ଟେସନରେ ଟ୍ରେନ ପୋଡ଼ି ଘଟଣା ଉପରେ ଆଧାରିତ ଏହି ଫିଲ୍ମକୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଦେଖିଛନ୍ତି। ଏହାରି ମଧ୍ୟରେ ସୋମବାର ବିକ୍ରାନ୍ତ ମେସିଙ୍କ ଏକ ପୋଷ୍ଟ ଦର୍ଶକ ତଥା ଫ୍ୟାନ୍ସଙ୍କୁ ଖୁବ୍‌ ଚକିତ କରିଥିଲା। ହେଲେ ଏବେ ବିକ୍ରାନ୍ତ ଏହି ପୋଷ୍ଟ ଉପରେ ସଫେଇ ରଖିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଆଶ୍ବସ୍ତି ଦେଇଛି।

ପ୍ରକୃତରେ ବିକ୍ରାନ୍ତ ଏକ ପୋଷ୍ଟ କରି ଫିଲ୍ମ ଜଗତରୁ ଏକ ଲମ୍ବା ବିରତି ନେଉଥିବା କଥା କହିଥିଲେ। ଆଉ ଏହାକୁ ତାଙ୍କର ଫ୍ୟାନମାନେ ବିକ୍ରାନ୍ତ ଫିଲ୍ମ ଜଗତରୁ ଅବସର ନେବା ଭାବିଥିଲେ। ଏମିତିରେ ଏହି ଖବର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଏମିତିକି ବିକ୍ରାନ୍ତ ଫିଲ୍ମ ଛାଡ଼ି ରାଜନୀତିରେ ପ୍ରବେଶ କରିବାକୁ ଯାଉଥିବା କଥା ମଧ୍ୟ ଉଠିଥିଲା।

ହେଲେ ଫିଲ୍ମରୁ ବିରତି ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ବିକ୍ରାନ୍ତ ମେସି ନିଜ ଷ୍ଟେଟମେଣ୍ଟକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ତାଙ୍କ ପୋଷ୍ଟକୁ ଭୁଲ ଅର୍ଥରେ ନିଆଯାଇଛି। ‘‘ ମୁଁ ଫିଲ୍ମ ଜଗତକୁ ବିଦାୟ କହିନାହିଁ କିମ୍ବା ଫିଲ୍ମରୁ ଅବସର ନେଉନାହିଁ। ମୁଁ କେବଳ ମୋ ପରିବାର ଏବଂ ସ୍ବାସ୍ଥ୍ୟ ପାଇଁ କିଛି ସମୟ ନେବାକୁ ଚାହୁଛି। ଠିକ୍‌ ସମୟରେ ମୁଁ ଫେରିବି।’’ବିକ୍ରାନ୍ତ ଆହୁରି କହିଛନ୍ତି, ‘‘ ମୁଁ ଅଭିନୟ ହିଁ କରିପାରିବି। ଅଭିନୟ ମତେ ସବୁକିଛି ଦେଇଛି । ହେଲେ ମୋର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟରେ ଖରାପ ପ୍ରଭାବ ପଡ଼ିଛି। ମୁଁ କେବଳ କିଛି ସମୟ ପାଇଁ ଆରାମ କରିବାକୁ ଚାହୁଛି। ନିଜ କାମକୁ ଆହୁରି ଭଲ ଭାବରେ କରିବାକୁ ଚାହୁଛି । ତେଣୁ ଏହି ସାମୟିକ ବିରତି ନେଉଛି।’’ ଏହା ସହ ଅଭିନେତା ନିଜ ଫ୍ୟାନଙ୍କୁ ଠିକ ସମୟରେ ସିନେମା ଜଗତକୁ ଫେରିବା ନେଇ ଆଶ୍ବସ୍ତ କରିଛନ୍ତି।

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!