ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସ

ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପଟେ ଶପଥ ନେବା ପୂର୍ବରୁ ନିଜ ମାଆଙ୍କ ଆର୍ଶୀବାଦ ନେଇଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ବିଜେପିର ଯୁବ ଚେହେରା ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ । ୨୦୧୪ରୁ ୨୦୧୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଦେବେନ୍ଦ୍ର ଫଡନାଭିସ୍‌ । ସେହିପରି ୨୦୧୯ରୁ ୨୦୨୨ ଯାଏ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୨୨ରୁ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଦେବେନ୍ଦ୍ର ଫଡନାଭିସ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!