ଯାତ୍ରୀଙ୍କ ପାଇଁ ଖୁସି ଖବର। ଟ୍ୱିନ୍‌ସିଟି ସମେତ ପୁରୀ ଏବଂ ଖୋର୍ଦ୍ଧାକୁ ଗଡ଼ିବ ଡବଲ ଡେକର୍ ‘ମୋ ବସ’। ଏଥିପାଇଁ CRUT ପକ୍ଷରୁ ଟେଣ୍ଡ ଆହ୍ବାନ କରାଯଇଛି। ଘରୋଇ ସଂସ୍ଥା ଗୁଡ଼ିକ ଠାରୁ CRUT ଟେଣ୍ଡର୍ ଆହ୍ବାନ କରିଥିବା ଜଣାପଡିଛି । ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଡବଲ୍ ଡେକର୍ ବସ୍ ଚଳାଚଳ କରିବା।

ତେବେ ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ଡବଲ୍ ଡେକର୍ ମୋ ବସ୍‌  । ଡବଲ୍ ଡେକର୍ ଇ-ବସ୍ ପାଇଁ ଘରୋଇ ସଂସ୍ଥା ସହ ୧୦ ବର୍ଷିଆ ଚୁକ୍ତି କରାଯିବ । ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ଘରୋଇ ସଂସ୍ଥା ଯୋଗାଇବ । ଆବଶ୍ୟକ ପଡ଼ିଲେ ଚୁକ୍ତିକୁ ଆହୁରି ୨ ବର୍ଷ ବଢ଼ା ଯାଇପାରେ ବୋଲି CRUT ପକ୍ଷରୁ ଦର୍ଶାଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!