୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ନେ଼ଇ ଘୋଷଣା

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ହଜାର ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କୃଷି ମେଳା ଉଦ୍‌ଘାଟନ କରିବା ସହ ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା କୃଷି ଯନ୍ତ୍ରପାତି, ଯାନବାହନ ଇତ୍ୟାଦି ପରିଦର୍ଶନ କରିଥିଲେ। ପରେ ଡିଏନ୍‌କେ ଖେଳପଡ଼ିଆରେ ଓର୍‌ମାସ ତରଫରୁ ବିଭିନ୍ନ ଜିଲା ଏବଂ ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ।

ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ମାଲ୍ୟବନ୍ତ ମହୋତ୍ସବର ଉଦ୍ଦେଶ୍ୟ, ଜିଲାର ଜନଜାତିଙ୍କ ବିଲୁପ୍ତ ହୋଇଯାଉଥିବା କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ମାଲ୍ୟବନ୍ତ ଉତ୍ସବ ଏକ ମାଧ୍ୟମ ବୋଲି କହିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାକୁ ୧ ନମ୍ବର ଜିଲା ଭାବେ ପରିଣତ କରିବା ଏବଂ ଜିଲାର ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!