ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା’ ନିଶା ସିଙ୍ଘାନିଆ ଓ ଭାଇକୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି।
ନିକିତାଙ୍କୁ ଗୁରୁଗ୍ରାମରୁ ଓ ମା’ ଏବଂ ଭାଇକୁ ପୁଲିସ ଆହ୍ଲାବାଦରୁ ଗିରଫ କରିଥିବା ସୂଚନା ମିଳିଛି।
ସମସ୍ତ ତିନି ଜଣଙ୍କୁ ବେଙ୍ଗାଲୁରୁ ଆଣି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

