IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। ୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ। ଭାରତ ସରକାରଙ୍କ କାର୍ମିକ, ସାଧାଣ ଅଭିଯୋଗ ମନ୍ତ୍ରାଣଳୟର ସୂଚନା ଅନୁସାରେ ୨୪ ନଂ ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରି, ୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି।

ସେହିପରି ୩୬ ନଂ ରାଙ୍କର ଓଡ଼ିଶାର ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି। ଅପରପକ୍ଷେ ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସି, ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା’, ୭୧ନଂ ରାଙ୍କରେ ଥିବା କେରଳର ଫବି ରସିଦ,୧୨୫ନଂ ରାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋର, ୨୦୪ନଂ ରାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡା, ୨୩୯ନଂ ରାଙ୍କରେ ଥିବା ୟୁପିର ପୱନ କୁମାର, ୨୫୮ନଂ ରାଙ୍କର ମହାରାଷ୍ଟ୍ରର ବି.ଏସ୍ କଲ୍ୟାଣରାଓଙ୍କୁ ଓଡ଼ିଶା କ୍ୟାଡର ମିଳିଛି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!