ଜାଣନ୍ତୁ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅରବିନ୍ଦ କେଜ୍ରିୱାଲ

ପାରମ୍ପରିକ ଆସନ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେହିପରି କାଳକାଜିରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆପ୍‌ ରବିବାର ଜାରି କରିଥିବା ଚତୁର୍ଥ ପ୍ରାର୍ଥୀ ତାଲିକାରୁ ଏହା ଜାଣିବାକୁ ମିଳିଛି।

ଆସନ୍ତା ବର୍ଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଏହି ପ୍ରକ୍ରିୟାରେ ସମସ୍ତ ଦଳ ଲାଗି ପଡିଥିବା ବେଳେ, କିଏ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ସେ ନେଇ ଚାଲିଛି କଳ୍ପନା ଜଳ୍ପନା। ଏହାରି ଭିତରେ ଆପ ବିଧାନସଭା ନିର୍ବାଚନ ପାଇଁ ତା’ର ଚତୁର୍ଥ ତଥା ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩୮ ଜଣଙ୍କ ନାମ ଘୋଷଣା କରାଯାଇଛି।

ତାଲିକା ଅନୁସାରେ, ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ସିଟରୁ ନିର୍ବାଚନ ଲଢ଼ିବେ। ସେହିପରି ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଳକାଜୀରୁ ନିର୍ବାଚନ ଲଢ଼ିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ବର୍ତ୍ତମାନ ଏହି ଆସନରୁ ସେ ବିଧାୟକ ଅଛନ୍ତି।

ଏହାରି ଭିତରେ ପାର୍ଟିର ବର୍ତ୍ତମାନର ବିଧାୟକ ମଦନ ଲାଲଙ୍କ ଟିକେଟ୍ କାଟିଛି। ତାଙ୍କ ବଦଳରେ କସ୍ତୁରବା ନାଗର ସିଟରୁ ରମେଶ ପେହଲୱାନ ମୈଦାନକୁ ଓହ୍ଲାଇଛନ୍ତି। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ଆଜି ହିଁ ବିଜେପି ଛାଡି ଆପ୍‌ରେ ଯୋଗ ଦେଇଥିଲେ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!