ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ

ରାଜ୍ୟପାଳ ରଘୁବର ଦାସଙ୍କ ଅଚାନକ ଇସ୍ତଫାକୁ ନେଇ ଜୋରଦାର ରାଜନୈତିକ ଚର୍ଚ୍ଚା । ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ କି ରଘୁବର ? ମାତ୍ର ୧୪ ମାସର କାର୍ଯ୍ୟକାଳ ବେଶ ଘଟଣା ବହୁଳ ରହିଥିଲା । ଗତକାଲି ରାଷ୍ଟ୍ରପତି ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରି ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମପତିଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ହେଲେ ରଘୁବରଙ୍କୁ ରାଜ୍ୟପାଳ ନିଯୁକ୍ତି ମିଳିନଥିବାରୁ ଚର୍ଚ୍ଚା ହେଉଛି ତାଙ୍କୁ ସାଂଗଠନିକ ସ୍ତରରେ ଏକ ବଡ଼ ଦାୟିତ୍ବ ଦଳ ଦେଇପାରେ । ହେଲେ ବିଜେଡି ଓ କଂଗ୍ରେସ କିନ୍ତୁ ଇସ୍ତଫାକୁ ନେଇ ରାଜନୀତି ଆରମ୍ଭ କରିଥିବାବେଳେ ଏହାକୁ ଖଣ୍ଡନ କରିଛି ବିଜେପି ।

ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା । ରଘୁବରଙ୍କ ପାଇଁ କି ନିଷ୍ପତ୍ତି ନେଉଛି ଦଳ ? ରଘୁବରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ କିଛି ଯୋଜନା କରିଛି କି କେନ୍ଦ୍ରୀୟ ବିଜେପି ? କାରଣ ୨୦୨୪ ନିର୍ବାଚନ ପୂର୍ବରୁ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଦାୟିତ୍ବ ଗ୍ରହଣ ପରେ ସେ ମାରାଥନ ଜିଲ୍ଲା ଗସ୍ତ କରିଥିଲେ । ଅନେକ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆଲୋଚନା କରିଥିଲେ । ଚର୍ଚ୍ଚା ହେଉଛି ଯେ ଓଡ଼ିଶାରେ ବିଜେପି ସରକାର ଆସିବାରେ ତାଙ୍କର ବଡ଼ ଭୂମିକା ଥିଲା ।

Post Views16 Total Count

Apply Now


This will close in 0 seconds

error: Content is protected !!