ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷର କ୍ୟାସଲେସ୍ ଟ୍ରିଟମେଣ୍ଟ

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପରିବହନ ମନ୍ତ୍ରୀଙ୍କ ବୈଠକର ଅଧ୍ୟକ୍ଷତା କରିଛନ୍ତି।

ସେଠାରେ ସେ ସଡକ ସୁରକ୍ଷାକୁ ପ୍ରାଥମିକତା ଦେଇ ସେ ସଂପର୍କରେ ନିଜର ମନ୍ତବ୍ୟ ଦେଇଛନ୍ତି। ଗଡ଼କରୀ କହିଛନ୍ତି, ‘‘୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୧.୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩୦,୦୦୦ ଲୋକଙ୍କର ହେଲ୍‌ମେଟ୍‌ ନପିନ୍ଧିବା କାରଣରୁ ମୃତ୍ୟୁ ଘଟିଛି। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମୃତକଙ୍କ ମଧ୍ୟରେ ୬୬ ପ୍ରତିଶତ ହେଉଛନ୍ତି ୧୮ରୁ ୩୪ ବର୍ଷ ବୟସ ମଧ୍ୟ‌ରେ। ଆମ ସ୍କୁଲ ଏବଂ କଲେଜ ସମ୍ମୁଖରେ ପ୍ରସ୍ଥାନ-ପ୍ରବେଶ ପଏଣ୍ଟରେ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ୧୦ ହଜାର ପିଲାଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ସ୍କୁଲ୍‌ ପିଲାଙ୍କୁ ନବାଣିବା କରୁଥିବା ଅଟୋରିକ୍ସା ଓ ମିନିବସ୍‌ ପାଇଁ ବି ନିୟମ ପ୍ରସ୍ତୁତ କରାଯାଇଛି।’’ଏହାବ୍ୟତୀତ ଗଡ଼କରୀ ଏକ ଆହୁରି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆମେ ଏକ ନୂତନ ଯୋଜନା ଆରମ୍ଭ କରିଛୁ। ଦୁର୍ଘଟଣା ଘଟିବା ପରେ ୨୪ ଘଣ୍ଟା ଭିତରେ ଯଦି ପୁଲିସ୍‌କୁ ଜଣାଯାଏ ତେବେ ସରକାର ୭ ଦିନ ପର୍ଯ୍ୟନ୍ତ ପୀଡ଼ିତର ଚିକିତ୍ସା ଖର୍ଚ୍ଚ ବହନ କରିବେ। ତେବେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇପାରିବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି। ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ ବୋଲି ଗଡ଼କରୀ ସୂଚନା ଦେଇଛନ୍ତି।

Post Views7 Total Count

Apply Now


This will close in 0 seconds

error: Content is protected !!