ଇସ୍ରୋର ନୂଆ ମୁଖ୍ୟ ହେଲେ ଭି ନାରାୟଣନ

କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଗବେଷଣା (ଇସ୍ରୋ)ର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି। ଜାନୁଆରି ୧୪ତାରିଖରେ ଇସ୍ରୋର ବର୍ତ୍ତମାନର ମୁଖ୍ୟ ଏସ୍ ସୋମନାଥଙ୍କ ଠାରୁ ନାରାୟଣନ ଦାୟିତ୍ୱ ଗ୍ରହଣ କରିବେ। କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବାଲିୟାମାଲାସ୍ଥିତ ଲିକ୍ୱିଡ୍ ପ୍ରୋପଲସନ୍ ସିଷ୍ଟମ୍ ସେଣ୍ଟର (ଏଲ୍ ପିଏସ୍ ସି)ର ମୁଖ୍ୟ ଭି. ନାରାୟଣନଙ୍କୁ ଇସ୍ରୋମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ନୂତନ ନିଯୁକ୍ତି ନେଇ ନାରାୟଣନ କହିଛନ୍ତି, ଆମ ପାଖରେ ମହାନ ପ୍ରତିଭା ଥିବାରୁ ଇସ୍ରୋକୁ ଅଧିକ ଉଚ୍ଚତାରେ ପହଞ୍ଚାଇବି। ତାମିଲ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିବା ପରେ ନାରାୟଣନ ଖଡ଼ଗପୁରର ଆଇଆଇଟିରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏମ୍‌ଟେକ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚ୍‌ଡି କରିଥିଲେ। ତାଙ୍କୁ ଏମ୍‌ଟେକ୍ ପ୍ରୋଗ୍ରାମରେ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।

Post Views6 Total Count

Apply Now


This will close in 0 seconds

error: Content is protected !!