କରଣ ବୀର ମେହେରା ବିଗବସ୍ ବିଜେତା

୧୦୪ ଦିନ ଡ୍ରାମା ପରେ ବିବାଦୀୟ ରିଆଲିଟି ଶୋ ବିଗବସ୍ ସିଜିନ ୧୮ ଉଦଯାପିତ ହୋଇଛି । ବିଗବସର ଅଷ୍ଟାଦଶ ସଂସ୍କରଣକୁ ତାର ବିଜେତା ମିଳିଛି । ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ବିଗବସର ବିଜେତା ଘୋଷଣା ହୋଇଛି । ସମସ୍ତ ୬ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କରଣ ବୀର ମେହେରା । ଅନ୍ୟତମ ପ୍ରତିଯୋଗୀ ଭିଭିଆନ ଡସେନା ପ୍ରଥମ ରନର ଅପ୍ ହୋଇଛନ୍ତି । ସେହିପରି ୟୁଟ୍ୟୁବର ରଜତ ଦଲାଲ ଦ୍ବିତୀୟ ରନର-ଅପ୍ ହୋଇଛନ୍ତି ।

ଫାଇନାଲକୁ ଯାଇଥିବା ଅନ୍ୟ ୩ ପ୍ରତିଯୋଗୀଙ୍କ ମଧ୍ୟରେ ଅବିନାଶ ମିଶ୍ର, ଐଶା ସିଂହ ଓ ଚୁମ ଦାରଙ୍ଗ ରହିଥିଲେ । ସମସ୍ତଙ୍କୁ ପଛରେ ପକାଇ କରଣ ବୀର ଟ୍ରଫି ଜିତିବା ସହିତ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଫାଇନାଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଚୁମ ଦାରଙ୍ଗ, ଅବିନାଶ ମିଶ୍ର ପରେ ପରେ ଅନ୍ୟ ପ୍ରତିଯୋଗୀ ବିଦା ହୋଇଥିଲେ । ଶେଷରେ ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଭିଭିଆନ ଡସେନା ଓ ରଜତ ଦଲାଲଙ୍କୁ ପଛାରେ ପକାଇ ବିଗବସ ଟ୍ରଫି ହାତେଇଥିଲେ କରଣ ବୀର ।

Post Views53 Total Count

Apply Now


This will close in 0 seconds

error: Content is protected !!