ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରା

ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରା । ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନୀରଜ । ଏହି ବିବାହ କିଛି ଦିନ ତଳେ ହୋଇଥିଲା । ହେଲେ ଏହାକୁ ଗୁପ୍ତ ରଖାଯାଇଥିଲା ।

ହିମାନି ମୋରଙ୍କ ଘର ସୋନିପତରେ। ସେ ଏବେ ଆମେରିକାରେ ପାଠ ପଢ଼ୁଛନ୍ତି। ୨୭ ବର୍ଷୀୟ ନୀରଜ ବିବାହ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି ।

ଲଗାତର ଦୁଇଟି ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିଲେ ଏହି ଗୋଲଡେନ ବୟ। ସେହିପରି ପ୍ୟାରିସ୍ ଅଲିମ୍ପିକ୍ସରେ ସଫଳତା ଜାରି ରଖି ରୌପ୍ୟ ପଦକ ଜିତିଥିଲେ। ଏହାସହ ବହୁ ଅନ୍ତର୍ଜାତୀୟ ଜାଭଲିନ୍ ପ୍ରତିଯୋଗିତାରେ ସେ ଭାରତର ଟେକ ରଖିଆସୁଛନ୍ତି

Post Views15 Total Count

Apply Now


This will close in 0 seconds

error: Content is protected !!