ମହାକୁମ୍ଭ ଯାଉଥିବା ଟ୍ରେନ ଓ ଯାତ୍ରୀଙ୍କ ଉପରକୁ ପଥରମାଡ

ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ । ହରପାଲପୁର ଠାରେ ଟ୍ରେନ ଉପରକୁ ପଥର ମାଡ କରାଯାଇଛି । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ବି କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଟ୍ରେନରେ ମହାକୁମ୍ଭ ମେଳାରେ ପାଇଁ ଯାତ୍ରୀ ଯାତ୍ରା କରୁଥିଲେ ।

ମୌନୀ ଅମାବାସ୍ୟା ଥିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି ।
ମିଳିଥିବା ସୂଚନା ଆଧାରରେ ହରପାଲପୁର ଷ୍ଟେସନରେ ରାତି ପ୍ରାୟ ୧ଟାରେ ଟ୍ରେନ୍ ଉପରେ ଆକ୍ରମଣ କରାଯାଇଛି । କିଛି ଦୁର୍ବୃତ୍ତ ମଧ୍ୟ ରାତ୍ରୀରେ ଟ୍ରେନ ଉପରକୁ ଅଚାନକ ଆକ୍ରମଣ କରିଥିଲେ । ଯାହାକୁ ନେଇ ଭୟଭୀତ ହୋଇଉଠିଥିଲେ ଯାତ୍ରୀ ।

ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଦେଖିପାରିବେ କିଭଳି ଟ୍ରେନ୍ ଉପରକୁ ପଥର ମାଡ କରୁଛନ୍ତି ଦୁର୍ବୃତ୍ତ । ଏହି ଘଟଣାର ଖବର ପାଇ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ରେଳ ସୁରକ୍ଷା ବିହିନୀ ପହଞ୍ଚିଥିଲେ । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Post Views22 Total Count

Apply Now


This will close in 0 seconds

error: Content is protected !!