ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀ

ଭିଜିଲାନ୍ସ ଜାଲରେ ଜଳସମ୍ପଦ ଅଧିକାରୀ । ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳି ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଜୟପୁର ପାଓ୍ୱାର ହାଉସ୍‌ ଘର ସହିତ ଅନେକ ସ୍ଥାନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । ହେଲେ ଚଢାଉ ବେଳେ ଘରୁ କୋଟିଏ ଟଙ୍କା ଠାବ ହୋଇଥିବା ସୂଚନା ମିଳିଛି । ବାକି ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଅନୁମାନ କରାଯାଉଛି ।

Post Views10 Total Count

Apply Now


This will close in 0 seconds

error: Content is protected !!