ଆରମ୍ଭ ହେଲା ହକି ଉଦଘାଟନୀ ଉତ୍ସବ, ଦୁଲକୁଛି ବାରବାଟୀ

କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗଦେବେ ।

ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ସମୟ ସହ ବଲିଉଡ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ବଢୁଛି ଉତ୍କଣ୍ଠା । ଆଜି ପୁରୁଷ ବିଶ୍ବକପ ହକି ୨୦୨୩ର ଉଦଘାଟନୀ ଉତ୍ସବ ।

ଷ୍ଟାଡିୟମ ରାସ୍ତାର ଗୌରବ ବଢାଉଛି ବ୍ରୋଞ୍ଜ ମୂର୍ତ୍ତି । ଦର୍ଶକକଙ୍କ ଖଚାଖଚ ଭିଡ ଭିତରେ ଷ୍ଟାଡିୟମର ମାହୋଲ ହିଁ ହକି ବିଶ୍ୱକପକୁ ସ୍ୱାଗତ କରୁଛି ।ଉତ୍ସବ ପାଇଁ ନବବଧୂ ପରି ସଜେଇ ହୋଇଛି କଟକ ।

ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବରେ ସାମିଲ ହେବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମ ଜଲଓ୍ବା ଦେଖାଉଛି । ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ବନାଇଛନ୍ତି ମ୍ୟୁଜିକ୍ ଡିରେକ୍ଟର ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା ।

ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ସାମିଲ ହେବେ ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!