ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ ।
ତେବେ ବାରବାଟୀରେ ଟିମ୍ ଇଣ୍ଡିଆର ଭଲ ରେକର୍ଡ ରହିଛି।

ଭାରତ ମୋଟ ୧୭ଟି ODI ଖେଳିଥିବା ବେଳେ ୧୩ଟିରେ ବିଜୟୀ ହୋଇଛି । ଇଂଲଣ୍ଡ ବିପକ୍ଷରେ ଦେଖିଲେ ବାରବାଟୀରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ। ସେଥିରୁ ୩ ଥର ଜିତିଥିବା ବେଳେ ୨ ଥର ପରାଜୟର ସ୍ୱାଦ ଚାଖିଛି ଭାରତ। ୨୦୦୭ ପରଠୁ ବାରବାଟୀରେ ODIରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ ।

Post Views14 Total Count

Apply Now


This will close in 0 seconds

error: Content is protected !!