ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ

ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ।କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛୁଟି ଦେବାକୁ ମନା କରିବାରୁ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି ଜଣେ ସରକାରୀ କର୍ମଚାରୀ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅମିତ ସରକାର। ସେ କୋଲକାତା ସ୍ଥିତ କାରିଗରୀ ଭବନର ଟେକ୍ନିକାଲ ଶିକ୍ଷା ବିଭାଗରେ କାମ କରନ୍ତି। ଭାଇରାଲ ଭିଡିଓରେ ଅମିତ ସ୍ପଷ୍ଟ ଦିବାଲୋକରେ ରକ୍ତଲଗା ଛୁରୀ ଧରି ରାସ୍ତାରେ ବୁଲିଥିବାର ଦେଖାଯାଉଛି । ତାଙ୍କ ପିଠିରେ ଗୋଟିଏ ବ୍ୟାଗ୍ ଝୁଲୁଛି ଆଉ ସେ ହାତରେ ଅନ୍ୟ ଏକ ବ୍ୟାଗ୍ ଧରିଛନ୍ତି। ଆଉଗୋଟେ ହାତରେ ରକ୍ତଲଗା ଛୁରୀ ଧରି ସେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଠି ସେଠି ବୁଲୁଛନ୍ତି। ସେହି ବାଟ ଦେଇ ଯାଉଥିବା କିଛି ଲୋକେ ମୋବାଇଲରେ ତାଙ୍କର ଭିଡିଓ କଏଦ କରୁଥିବାବେଳେ ଅମିତ ସେହି ଲୋକମାନଙ୍କୁ ତାଙ୍କ ପାଖକୁ ନ ଆସିବାକୁ ଚେତାବନୀ ଦେଉଛନ୍ତି।

Post Views1 Total Count

Apply Now


This will close in 0 seconds

error: Content is protected !!