ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ

ନୂଆଦିଲ୍ଲୀ ଷ୍ଟେସନରେ ଘଟିଛି ବଡ଼ ଅଘଟଣ । ଯାତ୍ରୀଙ୍କ ଅତ୍ୟଧିକ ଭିଡ଼ରୁ ଦଳାଚକଟା ହେବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଯୋଗୁ ଏହି ଅଘଟଣ ଘଟିଛି ।

ତେବେ ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ। ରାତି ୧୦ଟା ବେଳେ ଯାତ୍ରୀମାନେ ଟ୍ରେନରେ ପ୍ରୟାଗରାଜ ଯିବା ପାଇଁ ଠେଲାପେଲା ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ବେଳେ ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ଥିଲା। ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଯାତ୍ରୀ ପ୍ରୟାଗରାଜ ଯିବା ପାଇଁ ଏକାଠି ହୋଇଥିଲେ। ତେବେ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରେ ଥିଲା । ଅନ୍ୟପଟେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ମଧ୍ୟ ନୂଆଦିଲ୍ଲୀ ଷ୍ଟେସନ ଛାଡ଼ିବାର ଥିଲା। ଏହି ଦୁଇ ଟ୍ରେନ ପ୍ରୟାଗରାଜ ଷ୍ଟେସନ ଦେଇ ଯାଉଥିବାରୁ ଯାତ୍ରୀ ସେହି ଟ୍ରେନର ଯିବା ପାଇଁ ଅପେକ୍ଷା କରିଥିଲେ। ତେବେ ଏହି ଦୁଇ ଟ୍ରେନ ବିଳମ୍ବ ହେବାରୁ ପ୍ରୟାଗରାଜ ଏକ୍ସପ୍ରେସ ମୁହାଁ ହୋଇଥିଲେ ଯାତ୍ରୀ। ଏହାକୁ ନେଇ ଦଳାଚକଟା ହୋଇଥିବା କୁହାଯାଉଛି।

Post Views6 Total Count

Apply Now


This will close in 0 seconds

error: Content is protected !!