ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବିଜୁ ଜନତା ଦଳର ବିଧାୟକ ମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି ମହାମହିମ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର କୃଷକ ମାନଙ୍କ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି ଓ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଜେଡି ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ଦଳର ପ୍ରାୟ ସମସ୍ତ ବିଧାୟକ ଉପସ୍ଥିତ ଥିଲେ। କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ, ବିଜେଡିର ବିଧାୟକ ମାନଙ୍କ ଦସ୍ତଖତ ଥିବା ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।

ସ୍ମାରକପତ୍ରରେ କୁହାଯାଇଛି, ଗତ ଡ଼ିସେମ୍ୱର ଓ ଜାନୁଆରୀ ମାସରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଥିଲା, ଯାହା ଯୋଗୁଁ ରାଜ୍ୟର କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଏଥିରେ ପ୍ରଭାବିତ ହୋଇଥିବା ଚାଷୀମାନେ ହତାଶ ହୋଇପଡ଼ିଥିଲେ ଓ ଚାଷୀମାନେ ଆହେତ୍ୟା ଭଳି ଚରମ ପଦକ୍ଷେପ ମଧ୍ୟ ନେଇଥିଲେ। କେଉଁଠି ଚାଷୀ ଆତ୍ମହତ୍ୟା କଲେଣି ତ କେଉଁଠି ଉଜୁଡା ଫସଲ ଦେଖି ହୃଦଘାତରେ ମୃତ୍ୟୁ ହେବା ଭଳି ହୃଦୟ ବିଦାରକ ଖବର ଆସିବାରେ ଲାଗିଥିଲା। ବିଭିନ୍ନ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ୩୦ ଓ ୩୧ ଡିସେମ୍ୱର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା, ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଇତ୍ୟାଦି ଯାଇ ପ୍ରଭାବିତ ଅଞ୍ଚଳ ବୁଲିଥିଲେ ଓ ଚାଷୀ ମାନଙ୍କ ସହିତ ତାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଫସଲ ଅମଳ ହେବା ପାଇଁ ପ୍ରସ୍ତୁତ ଥିବାବେଳେ ଅଦିନିଆ ବର୍ଷା ତାଙ୍କ ଭାତହାଣ୍ଡିକୁ ଉଜାଡି ଦେଲା ବୋଲି ଚାଷୀମାନେ କହିବା ସହିତ ବର୍ଷା ସମ୍ପର୍କିତ ପ୍ରାକ ସୂଚନା ସରକାରଙ୍କ ଠାରୁ ତାଙ୍କୁ ମିଳି ନଥିବାରୁ ଏପରି ଘଟିଲା ବୋଲି ସେମାନେ କହିଥିଲେ। ତେଣୁ, ଏହି କ୍ଷତିକୁ ଭରଣା କରିବା ପାଇଁ ତୁରନ୍ତ କ୍ଷତି ସହିଥିବା କୃଷକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି।

Post Views17 Total Count

Apply Now


This will close in 0 seconds

error: Content is protected !!