ରାଗିଗଲେ ନେପାଳୀ ସରକାର, କହିଲେ ବଡ଼ କଥା

କିଟରେ ଛାତ୍ରୀ ମୃତ୍ୟୁକୁ ଗୁରୁତର ସହ ନେଇଛନ୍ତି ନେପାଳ ସରକାର। ପଢିବାକୁ ଭାରତ ଆସିବା ଲାଗି ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବନି ବୋଲି ଧମକ ଦେଇଛନ୍ତି ନେପାଳ ସରକାର। ମୃତ ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ନେଇ ପରିବାର ଲୋକେ ନେପାଳ ଫେରିଥିବା ବେଳେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଧମକ ଦିଆଯାଇଛି।

ନେପାଳର ଶିକ୍ଷା ମନ୍ତ୍ରଣାଳୟ ଆହୁରି କହିଛି ଯେ, କିଟ୍ ବିଶ୍ବବିଦ୍ୟାଳୟରେ ଯେଭଳି ଘଟଣା ଘଟିଲା ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ପ୍ରଦାନ କରାଯିବନି। କିଟ୍ ବିଶ୍ବବିଦ୍ୟାଳୟରେ ଉପୁଜିଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।

ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ଏକ ଡେସ୍କ ସ୍ଥାପନ କରାଯାଇଛି। KIITରେ ନେପାଳ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁନଃ ଆରମ୍ଭ କରିବା ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।

Post Views13 Total Count

Apply Now


This will close in 0 seconds

error: Content is protected !!