ବାଦୁଡି ଦେହରୁ ବ୍ୟାପିଲାଣି ଏହି ଭୁତାଣୁ

ଚୀନ୍‌ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ପଶିଛି ଛନକା। ଏହି ନୂଆ ଭୂତାଣୁର ନାଁ ରହିଛି HKU5-CoV-2 ।

ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି। ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବୈଜ୍ଞାନିକଙ୍କମାନେ ଆଶଙ୍କା କରୁଛନ୍ତି, ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ। କରୋନା ପରି ମାନବ କୋଷକୁ ଏହା ସଂକ୍ରମିତ କରିପାରେ। କେବଳ ବାଦୁଡ଼ି ନୁହେଁ ମଣିଷ ସମେତ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇବା ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ। ତେବେ ଏହା କେତେ ଶୀଘ୍ର ମଣିଷଙ୍କ ମଧ୍ୟରେ ବ୍ୟାପିପାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ମଧ୍ୟ ଠାବ କରାଯାଇନାହିଁ।

Post Views11 Total Count

Apply Now


This will close in 0 seconds

error: Content is protected !!