ବଡ଼ ଯା ଦେଇଥିଲେ ଲିଭର୍, ବଞ୍ଚିପାରିଲେନି ସାନ ଯା

ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ଝାଙ୍କରପାଲିର ମହାଦେବ ପ୍ରଧାନଙ୍କ ଧର୍ମପତ୍ନୀ ଉମାକାନ୍ତିଙ୍କ ଲିଭର ଖରାପ ହୋଇଯିବାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତେବେ ତାଙ୍କୁ ବଞ୍ଚାଇ ରଖିବା ପାଇଁ ଲିଭର ପ୍ରତିରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ତାଙ୍କୁ ଚିକତ୍ସା କରୁଥିବା ଡାକ୍ତର କହିଥିଲେ। ପରିବାର ପକ୍ଷରୁ ମହିଳାଙ୍କ ପାଇଁ ଲିଭର ଦାତାଙ୍କ ଖୋଜା ଚାଲିଲା। ତାଙ୍କ ସ୍ବାମୀ ମହାଦେବଙ୍କ ରକ୍ତ ବର୍ଗ ଉମାକାନ୍ତିଙ୍କ ରକ୍ତବର୍ଗ ସହ ମେଳ ଖାଇ ନ ଥିଲା। ଫଳରେ ଯକୃତ ଦାନ ପାଇଁ ତାଙ୍କ ବଡ଼ ଯା’ ପ୍ରତିମା ଆଗେଇ ଆସିଲେ।

ଏହାବାଦ ଗତ ଫେବୃଆରୀ ୬ରେ ହାଇଦ୍ରାବାଦରେ ଅସ୍ତ୍ରୋପଚାର କରାଯାଇ ବଡ଼ ଯା’ଙ୍କ ଲିଭର ଖଣ୍ଡକୁ ସାନ ଯା’ଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଲିଭର ଦାନ ପରେ ଫେବୃଆରୀ ୯ରେ ବଡ଼ ଯା’ ପ୍ରତିମା ଆଇସିୟୁରୁ ବାହାରି ଥିଲେ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିଲା। ତେବେ କିଛିଦିନ ସୁସ୍ଥ ରହିବା ପରେ ଅସୁସ୍ଥ ହେବାରୁ ପୁଣି ତାଙ୍କୁ ହାଇଦ୍ରାବାଦର ଉକ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।
ପ୍ରକାଶ ଯେ, ପିତ୍ତକୋଷରେ ଷ୍ଟୋନ୍‌ ହୋଇଥିବାରୁ ଉମାକାନ୍ତିଙ୍କ ଅସ୍ତ୍ରୋପଚାର କରାଯାଇ ପିତ୍ତକୋଷକୁ ଶରୀରରୁ ଅପସାରଣ କରାଯାଇଥିଲା। ଏହି ସମୟରେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଛି। ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଡିସେମ୍ବର ୫ରେ ତାଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା

Post Views14 Total Count

Apply Now


This will close in 0 seconds

error: Content is protected !!