ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବା

ମହାଶିବରାତ୍ରୀ ପାଇଁ ଭୁବନେଶ୍ବରର ଆରାଧ୍ୟ ତଥା ଏକାମ୍ର କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି

ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି। ମହାଶିବରାତ୍ରୀରେ କଡ଼ା ସୁରକ୍ଷାବଳୟରେ ରହିବ ଏକାମ୍ରକ୍ଷେତ୍ର। ମୋଟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ, ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ୧୦୦ ଅଧିକାରୀ ।

ପଙ୍କୋଦ୍ଧାର ଏକାଦଶୀ ଠାରୁ ସ୍ବତନ୍ତ୍ର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ମହାଶିବରାତ୍ରୀ ଅବସରରେ ଭିତରକାଠ ଦର୍ଶନର ବ୍ୟବସ୍ଥା କରାଯାଇଛି, ଭୋର ୪ଟାରେ ଉଠିବ ମହାଦୀପ ।.. ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ଭୋର ୪ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବ ।

Post Views15 Total Count

Apply Now


This will close in 0 seconds

error: Content is protected !!