୬ ପ୍ରକଳ୍ପ ହାତେଇଛି ପାଓ୍ବାରଗ୍ରୀଡ୍

‘ପାୱାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଲିମିଟେଡ୍ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍ ଭେଇକିଲ୍ସ (ଏସ୍ପିଭି) ଅର୍ଜନ କରିଥିବା ଜଣାପଡ଼ିଛି। ଏହି ପ୍ରକଳ୍ପଗୁଡ଼ିକ ୧୫,୦୦୦ ଏମ୍ଭିଏ ଏବଂ ୭୬୫ କେଭି/ଡିସିର ପରିବର୍ତ୍ତନ କ୍ଷମତା ସହ ତିନୋଟି ୭୬୫ କେଭି ସବ୍-ଷ୍ଟେଶନ ପ୍ରତିଷ୍ଠା କରିବ।

ଏପରିକି ବହୁ ପ୍ରତିଯୋଗିତା ପରେ ବିଭିନ୍ନ ଟ୍ରାନ୍ସମିସନ ସିଷ୍ଟମ୍ ପ୍ରୋଜେକ୍ଟ ପାଇଁ ୬ଟି ପ୍ରକଳ୍ପର ସଫଳ ବିଡର ଭାବେ ପାୱାର ଗ୍ରୀଡ୍ ମନୋନୀତ ହୋଇଛି। ବିଶେଷକରି ବିଭିନ୍ନ ଘରୋଇ କ୍ଷେତ୍ରର ଖେଳାଳିଙ୍କ ସହ ମିଶିବା ଏବଂ ଶୁଳ୍କ ଆଧାରିତ ପ୍ରତିଯୋଗିତାରେ ସଫଳ ବିଡର ଭାବେ ଉଭାହୋଇଛି। ସେହିଭଳି ଆର୍ଇସି ପାଓ୍ବାର ଡେଭଲପମେଣ୍ଟ ଆଣ୍ଡ କନ୍ସଲଟାନ୍ସି ଲିମିଟେଡ୍ ଦ୍ୱାରା ପରିଚାଳିତ ଟିବିସିବି ବିଡିଂ ପ୍ରକ୍ରିୟାରେ ସାମିଲ ହୋଇ ପାଓ୍ବାରଗ୍ରୀଡ୍ ଉକ୍ତ ପ୍ରକଳ୍ପ ହାତେଇଛି।

ଭାରତ ସରକାରଙ୍କ ଦ୍ୱାରା ସୂଚିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଉକ୍ତ ପ୍ରୋଜେକ୍ଟ ଏସ୍ପିଭିଗୁଡ଼ିକରେ ଖାଭ୍ଡା ଆର୍ଇ ଟ୍ରାନ୍ସମିସନ ଲିମିଟେଡ୍, କେପିଏସ୍୨ ଟ୍ରାନ୍ସମିସନ୍ ଲିମିଟେଡ୍,କେପିଏସ୍୩ ଟ୍ରାନ୍ସମିସନ୍ ଲିମିଟେଡ୍, ଖାଭ୍ଡା ୨-ବି ଟ୍ରାନ୍ସମିସନ୍ ଲିମିଟେଡ୍, ଖାଭ୍ଡା ୨-ସି ଟ୍ରାନ୍ସମିସନ୍ ଲିମିଟେଡ୍, ଇଆର୍ଡବ୍ଲ୍ୟୁଆର୍ ଟ୍ରାନ୍ସମିସନ୍ ଲିମିଟେଡ୍ ଅନ୍ତର୍ଭୁକ୍ତ ରହିଛି। ଏପରିକି ପ୍ରଥମ ୫ଟି ପ୍ରକଳ୍ପ ଏସ୍ପିଭି ଗୁଜରାଟ ରାଜ୍ୟରେ ଟ୍ରାନ୍ସମିସନ ସିଷ୍ଟମ ପ୍ରକଳ୍ପ କାର୍ଯ୍ୟକାରୀ କରିବେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!