କିଛି ଏଭଳି ଥିଲା ଉତ୍ତମଙ୍କ ଅଭିନୟ ଯାତ୍ରା

୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ମୟୁରଭଂଜ ଜିଲ୍ଲାର ବାରିପଦାରେ ଏକ କରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଉତ୍ତମ ମହାନ୍ତି ୧୩୫ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅଗଣିତ ଦର୍ଶକ ସୃଷ୍ଟି କରିଥିଲେ । ଏଥିମଧ୍ୟରେ ୩୦ଟି ବଙ୍ଗଳା ଚଳଚ୍ଚିତ୍ର ମଧ୍ୟ ରହିଛି । ନୟା ଜହର ନାମକ ଏକ ହିନ୍ଦି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ।

ପ୍ରାୟ ଦେଢ଼ଶହ ବର୍ଷ ତଳୁ ତାଙ୍କ ଜେଜେବାପା ବାରିପଦା ସହରରେ ଅବସ୍ଥାନ କରିଥିଲେ । ଉତ୍ତମ ତାଙ୍କର ଶିକ୍ଷା ବାରିପଦା ସହରରେ ହିଁ କରିଥିଲେ। ସେ ଥିଲେ ଏମ୍.କେ.ସି. ହାଇସ୍କୁଲରେ ପାଠ ପଢ଼ିଥିଲେ । ମାଟ୍ରିକ ପାସ୍ କରିବା ପରେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ବା ଏମ.ପି.ସି କଲେଜରେ ନାମ ଲେଖାଇଥିଲେ। ଏଠାରେ ବିଜ୍ଞାନ ବିଭାଗରେ ସେ ତାଙ୍କର ଶିକ୍ଷା ଶେଷ କରିଥିଲେ।

କଲେଜରେ ପଢ଼ିବା ଦିନରୁ ହିଁ ଉତ୍ତମ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ। କଲେଜ ଡ୍ରାମାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଏଥିସହିତ ସେ ବ୍ଯାଡମିଣ୍ଟନ ଖେଳିବାକୁ ଖୁବ୍ ଭଲ ପାଉଥିଲେ। ଗ୍ରାଜୁଏସନ ପରେ ଉତ୍ତମ ଚାର୍ଟାର୍ଡ ଆକାଉଣ୍ଟାନ୍ସି କରିବାକୁ ଯାଇଥିଲେ ଲୁଧିଆନା। ଏହାପରେ ସେ ସେତେବେଳର କଲିକତା ସହରରେ ତାଙ୍କ ଭାଇଙ୍କ ସହ କିଛିଦିନ ରହିଥିଲେ। ପରେ ସେ ବାରିପଦା ଫେରି ଆସିଥିଲେ।
ବାରିପଦା ସହରରେ ପ୍ରସିଦ୍ଧ ଚିତ୍ର ନିର୍ଦ୍ଦେଶକ ସାଧୁ ମେହେର ଅଭିମାନ ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଠାରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା।
ସେ ଯେତେବେଳେ କଲିକତାରେ ରହୁଥିଲେ ସେତେବେଳେ ଚିତ୍ର ନିର୍ମାତା ତଥା ଅଭିନେତା ଧୀର ବିଶ୍ବାଳ ଗୌରୀ ଫିଲ୍ମରେ ତାଙ୍କୁ ଅଭିନୟ କରିବାକୁ କହିଥିଲେ, କିନ୍ତୁ ପରେ ସେହି ଚରିତ୍ରଟିରେ ପ୍ରଶାନ୍ତ ନନ୍ଦ ଅଭିନୟ କରିଥିଲେ। ଉତ୍ତମ ମହାନ୍ତିଙ୍କର ପରବର୍ତ୍ତୀ ଫିଲ୍ମ ଥିଲା ପତିପତ୍ନୀ, ଯେଉଁଥିରେ ହିରୋଇନ୍ ଥିଲେ ମହାଶ୍ବେତା ରାୟ।

Post Views4 Total Count

Apply Now


This will close in 0 seconds

error: Content is protected !!