ପୁରସ୍କାରରେ ଟିମ ଇଣ୍ଡିଆକୁ ୫୮ କୋଟି ଟଙ୍କା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ବିଜେତା ଟିମ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବୋର୍ଡ ୫୮ କୋଟି ଟଙ୍କାର ନଗଦ ରାଶି ଘୋଷଣା କରିଛି । ଏହି ପୁରସ୍କାର ଖେଳାଳି, କୋଚିଂ ଓ ସହଯୋଗୀ ଷ୍ଟାଫ, ଅଜିତ ଅଗରକରଙ୍କ ଚୟନ ସମିତିକୁ ମିଳିବ ।

ହେଲେ କାହାକୁ କେତେ ଟଙ୍କା ମିଳିବ ଏନେଇ ବୋର୍ଡ ନିଜ ବୟାନରେ ସୂଚନା ଦେଇନାହିଁ । ଭାରତୀୟ ପୁରୁଷ କ୍ରିକେଟ ଟିମ୍ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ପରାଜିତ କରି ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା । କ୍ୟାପଟେନ ରୋହିତ ଶର୍ମାଙ୍କ କୁଶଳୀ ଓ ଚତୁର ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫିରେ ଅପରାଜୟ ରହି ଚାମ୍ପିୟନ ହୋଇଥିଲା ।

ପ୍ରଥମେ ବାଂଲାଦେଶ, ପରେ ପାକିସ୍ତାନ, ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଥିଲା ଭାରତ । ଆଉ ସେମିରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ପୁଣି ନ୍ୟୁଜିଲାଣ୍ଡକୁ ଚିତ୍ କରିଦେଇଥିଲା ଭାରତ ।

Post Views13 Total Count

Apply Now


This will close in 0 seconds

error: Content is protected !!