ଗୁଜରାଟରେ ଫ୍ରେଞ୍ଚ୍‌ ଫ୍ରାଇଜ୍‌ ପ୍ରୋସେସିଂ ପ୍ଲାଣ୍ଟ୍‌ ବସାଇବ ଫାଲ୍‌କନ୍‌ ଗ୍ରୁପ୍‌

ଗୁଜରାଟର ମେହସାନା ଜିଲ୍ଲାରେ ଓଡ଼ିଶାର ଫାଲ୍‌କନ୍‌ ଗ୍ରୁପ୍‌ ଏକ ଫ୍ରେଞ୍ଚ୍‌ ଫ୍ରାଇଜ୍ ପ୍ରୋସେସିଂ ପ୍ଲାଣ୍ଟ୍‌ ସ୍ଥାପନ କରିବ। ଏହି କାରଖାନାରେ କଂପାନି ୧୦୫୦ କୋଟି ଟଙ୍କା ନିବେଶ କରିବ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ପଟେଲ୍‌, ଶିଳ୍ପମନ୍ତ୍ରୀ ବଲ୍‌ୱନ୍ତ ସିଂହ ଚନ୍ଦନସିଂହ ରାଜପୁତ, ମୁଖ୍ୟ ସଚିବ ରାଜ କୁମାର, ଫାଲ୍‌କନ୍‌ର ତାରା ରଞ୍ଜନ ପଟ୍ଟନାୟକ ଓ ଜିତେନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଫାଲ୍‌କନ୍‌ର ନିର୍ଦେଶକ ପାର୍ଥଜିତ ପଟ୍ଟନାୟକ ଗୁଜରାଟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍‌ଓୟୁ)ରେ ସ୍ବାକ୍ଷର କରିଛନ୍ତି।

ଫାଲ୍‌କନ୍‌ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଏହା ବହୁତ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।

ଏହି ପ୍ରକଳ୍ପ ଦ୍ବାରା ୧୦୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ ଓ ୪୦୦୦ ଚୁକ୍ତିଭିତ୍ତିକ ଚାଷୀଙ୍କୁ ଜୀବିକା ମିଳିବ। ଏହି କାରଖାନାରେ ଉତ୍ପାଦନ ହେବାକୁ ଥିବା ୭୫% ସାମଗ୍ରୀ ରପ୍ତାନି କରାଯିବ। କଂପାନି ଖୁବ୍‌ଶୀଘ୍ର ଏକ ରସାୟନ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ ବୋଲି ସେ କହିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!