ଘରୋଇ ଡାକ୍ତରଖାନାର ୮୧% ଅସ୍ତ୍ରୋପଚାର ପ୍ରସବ

ରାଜ୍ୟର ସରକାରୀ ଡ଼ାକ୍ତରଖାନାରେ ପ୍ରସୂତୀମାନଙ୍କର ସ୍ୱାଭାବିକ ପ୍ରସବ ହାର ଅଧିକ ଓ ମାତ୍ର ୧୮.୧୭% ପ୍ରସବ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି। ମାତ୍ର ଘରୋଇ ଡ଼ାକ୍ତରଖାନାରେ ସ୍ଥିତି ଠିକ୍‌ ଓଲଟା । ଏଠାରେ ୧୮ % ଶିଶୁଙ୍କ ପ୍ରସବ ସ୍ୱାଭାବିକ ହେଉଛି ଓ ୮୧.୦୬% ଶିଶୁଙ୍କୁ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ଯେ ୨୦୨୩-୨୪ ବର୍ଷରେ ସରକାରୀ ଡାକ୍ତରଖାନାରେ ୪,୫୧,୦୫୯ ଜଣ ପିଲା ଜନ୍ମ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୮୯୦ ଅର୍ଥାତ୍‌ ୧୮.୧୭% ଶିଶୁ ସିଜରିଆନ ହୋଇଥିବାବେଳେ ଅବଶିଷ୍ଟ ୮୧.୮୩% ଶିଶୁଙ୍କ ପ୍ରସବ ସ୍ୱାଭାବିକ ହୋଇଛି ।

Post Views72 Total Count

Apply Now


This will close in 0 seconds

error: Content is protected !!