ସ୍ମାର୍ଟ ମିଟରକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ; ଉପଭୋକ୍ତା ମହାସଂଘ

ଗତକାଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି  ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥିଲା। ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଥିଲେ ଯେ ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବିଦ୍ୟୁତ ବିଲ୍ ବଢିବନି। ଆଉ ଗୋଟେ ଘୋଷଣା ହୋଇଥିଲା ଯେ ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ମିଟର ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ ।
ସ୍ମାର୍ଟ ମିଟରକୁ ନେଇ ସରକାରଙ୍କ ଏହି ଘୋଷଣା ଦର୍ଶାଇଲା ଯେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ଘୋର ବିରୋଧ କରିଛି ରାଜ୍ୟ ଉପଭୋକ୍ତା ମହାସଂଘ। ଉପଭୋକ୍ତା ମହାସଂଘ ପ୍ରଥମରୁ ସ୍ମାର୍ଟ ମିଟର ଲଗାଇବାକୁ ବିରୋଧ କରି ଆସୁଛି, ହେଲେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା ।

Post Views3 Total Count

Apply Now


This will close in 0 seconds

error: Content is protected !!