ପୋଲିସ୍ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ । କେବଳ ଟେକା ପଥର ନୁହେଁ ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା ହୋଇଛି । ଏହା ସହିତ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ପୋଲିସ୍ ଉପରକୁ ଚେୟାର ଫିଙ୍ଗିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି । ସେପଟେ ଲୋୟର ପିଏମ୍ଜିରେ ଟେକା ପଥର ମାଡ଼ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ ଭାବେ ବ୍ୟବହାର କରିଥିଲେ ।

