ଆଇଏଫଏସ ନିଧି ତିୱାରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା

ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି।
ନିଧି ତିୱାରୀ ୨୦୧୪ ବ୍ୟାଚ ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ଅଧିକାରୀ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ କାମ କରୁଥିଲେ।

ନିଧି ତିୱାରୀଙ୍କୁ ପିଏମଓରେ ଡେପୁଟି ସେକ୍ରେଟାରୀ ଭାବରେ ନିଯୁକ୍ତି ଦିଆଯାଇଥିଲା। ୨୯ ମାର୍ଚ୍ଚରେ ଜାରି ହୋଇଥିବା DoPT ଆଦେଶରେ, ନିଧି ତିୱାରୀଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ଏକ ବଡ଼ ଦାୟିତ୍ୱ ମିଳିଛି।

Post Views32 Total Count

Apply Now


This will close in 0 seconds

error: Content is protected !!