ତାତିରୁ ମିଳିପାରେ ସାମାନ୍ୟ ଆସ୍ୱସ୍ତି, ଜାଣନ୍ତୁ କେଉଁ ଅଞ୍ଚଳରେ ହେବ ବର୍ଷା

ତାତିରୁ ମିଳିବ ଆଶ୍ୱସ୍ତି। ଆଜିଠୁ ସପ୍ତାହେ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ଏବଂ ୧୧ ତାରିଖରେ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ସପ୍ତାହେ ଯାଏ ମଧ୍ୟ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି କାଲି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା,ପବନ ହେବାର ସମ୍ଭାବନା ରହିଛି।

Post Views11 Total Count

Apply Now


This will close in 0 seconds

error: Content is protected !!